ଦୀଘ ଅନିବାର୍ଯ୍ୟ ପ୍ରାର୍ଥନା ର୍ (#15616)

ଦୀଘ ଅନିବାର୍ଯ୍ୟ ପ୍ରାର୍ଥନା ର୍

*ପ୍ରତି ୨୪ ଘାରେ ଥରେ ଆବୃି କରିବାକୁ ହେବ ।

* ଯେ କେହି ଏହି ପ୍ରାର୍ଥନାକୁ ଆବୃି କରିବା ନିମି ଇଚ୍ଛା ପ୍ରକାଶ କରିବେ, ସେ ଛିଡ଼ା ହୋଇ ଈଶ୍ୱରଙ୍କ ଆଡ଼କୁ ଉନ୍ମୁଖ ହେବ, ପୁନ୧⁄୨ ଡାହାଣ ଓ ବାମ ପାଶ୍ୱର୍କୁ ଅବଲୋକନ କରିବେ, ଯେପରିକି, ସର୍ବ କରୁଣାମୟ, ପରମ ଦୟାଳୁ ପରମେଶ୍ୱରଙ୍କ କରୁଣା ନିମି ଅପେକ୍ଷା କରି ରହିଛନ୍ତି । ତାପରେ ସେ କହିବେ : 

ହେ ସ୍ୱୟଂ ତୁମ୍ଭେ ସକଳ ନାମର ପ୍ରଭୁ ଏବଂ ସ୍ୱର୍ଗସମୂହର ସୃଜନର୍କା ! ତୁମ୍ଭର ଅଦୃଶ୍ୟ ଦିବ୍ୟ ସାରସା, ସର୍ବମହାନ୍, ସର୍ବମହିମାମୟ ଉଦୟସ୍ଥଳମାନଙ୍କ ମାଧ୍ୟମରେ ମୁଁ ତୁମ୍ଭଙ୍କୁ ଯାଚନା କରୁଅଛି ଯେ, ମୋର ପ୍ରାର୍ଥନାକୁ ଏକ ଅଗ୍ନି କରିଦିଅ, ଯାହାକୁ ତୁମ୍ଭ ସୌନ୍ଦର୍ଯ୍ୟଠାରୁ ମୋତେ ଆଢ଼ୁଆଳ କରି ରଖିଥିବା ପରଦାଗୁଡ଼ିକୁ ଭସ୍ମୀଭୂତ କରିଦେବ ଏବଂ ଏକ ଆଲୋକ କରିଦିଅ, ଯାହାକି ତୁମ୍ଭ ଉପସ୍ଥିତିର ମହାସାଗର ଆଡ଼କୁ ବାଟ କଢ଼ାଇନେବ । 

*ତାପରେ ସେ ଆଶିଷମୟ ଓ ମହିମାମୟ ସ୍ୱୟଂ ସେହି ପରମାତ୍ମାଙ୍କ ଆଡ଼କୁ ସମର୍ପଣର ସହ ନିଜର ହସ୍ତ ଉୋଳନ କରିବେ ଏବଂ କହିବେ : 

ହେ ତୁମ୍ଭେ ପୃଥିବୀର ଆକାଙ୍କ୍ଷା ଏବଂ ରାଷ୍ଟ୍ର ସମୂହର ପ୍ରିୟତମ! ତୁମ୍ଭ ଆଡ଼କୁ ଉନ୍ମୁଖ ହୋଇଥିବାର ତୁମ୍ଭେ ମୋତେ ଦେଖୁଅଛ । ତୁମ୍ଭ ବ୍ୟତୀତ ଅନ୍ୟ ସମସ୍ତ ଆସକ୍ତିରୁ ମୁଁ ମୁକ୍ତ ହୋଇ ତୁମ୍ଭର ଡୋରୀକୁ ଧାରଣ କରିଅଛି, ଯାହାର ଚାଳନାରେ ସମଗ୍ର ସୃଷ୍ଟି ଆନେ୍ଦାଳିତ ହୋଇଉଠିଅଛି । ମୁଁ ହିଁ ତୁମ୍ଭର ସେବକ, ହେ ମୋର ପ୍ରଭୁ ଏବଂ ତୁମ୍ଭ ସେବକର ପୁତ୍ର । ଦେଖ ମୁଁ ତୁମ୍ଭର ଇଚ୍ଛା ଓ କାମନାକୁ ପୂରଣ କରିବା ନିମି ଉତ୍ଥିତ ହୋଇଅଛି ଏବଂ ତୁମ୍ଭ ପ୍ରସନ୍ନତା ବ୍ୟତୀତ ଅନ୍ୟ କିଛି କାମନା କରୁନାହିଁ । ତୁମ୍ଭ କରୁଣାର ମହାସାଗର ଦ୍ୱାରା ତୁମ୍ଭ ଦୟାର ଦିବ୍ୟ ସୂର୍ଯ୍ୟଙ୍କ ନାମରେ ମୁଁ ତୁମ୍ଭଙ୍କୁ ପ୍ରାର୍ଥନା କରୁଅଛି ଯେ, ତୁମ୍ଭେ ଯେପରି ଇଚ୍ଛା କର ଏବଂ ଯେଉଁଥିରେ ସନ୍ତୁଷ୍ଟ ହୋଇଥାଅ, ତାହା ହିଁ ନିଜ ସେବକମାନଙ୍କୁ ବର ଦିଅ । ତୁମ୍ଭର ସେହି ଶକ୍ତିର ଦ୍ୱାହି, ଯାହା କି ସମସ୍ତ ଚିନ୍ତା ଓ ପ୍ରଶଂସାର ବହୁ ଊଦ୍ଧ୍ୱର୍ରେ ଥାଏ । ତୁମ୍ଭ ଦ୍ୱାରା ଯାହାକିଛି ପ୍ରକାଶିତ ହୋଇଅଛି, ତାହା ମୋ ହୃଦୟରେ ଆକାଙ୍କ୍ଷା ଓ ମୋ ଆତ୍ମାର ପ୍ରିୟ ଅଟେ । ହେ ପରମାତ୍ମା, ମୋର ଈଶ୍ୱର ! ମୋର ଆଶା ଆକାଙ୍କ୍ଷା ଓ ମୋର କାର୍ଯ୍ୟକଳାପଗୁଡ଼ିକୁ ଅବଲୋକନ କରନାହିଁ, ତାହାର ପ୍ରତିବଦଳରେ ତୁମ୍ଭର ଇଚ୍ଛାକୁ ହିଁ କେବେଳ ଅବଲୋକନ କର, ଯାହାକି ସ୍ୱର୍ଗ ତଥା ପୃଥିବୀକୁ ଆଚ୍ଛାଦିତ କରି ରଖିଅଛି । ହେ ସ୍ୱୟଂ     ତୁମ୍ଭେ ସକଳ ରାଷ୍ଟ୍ରର ପ୍ରଭୁ, ତୁମ୍ଭ ସର୍ବମହାନ୍ ନାମରେ ଦ୍ୱାହି । ମୁଁ କେବଳ ତାହା ହିଁ ଇଚ୍ଛା କରିଅଛି, ଯାହା ତୁମ୍ଭେ ଇଚ୍ଛା କରିଥାଅ ଏବଂ ତାହାକୁ ହିଁ ଭଲ ପାଇଛି, ଯାହାକୁ ତୁମ୍ଭେ ଭଲ ପାଇଥାଅ । 

* ତାପରେ ସେ ଆଣ୍ଠେଇବେ ଏବଂ ତାଙ୍କର ମସ୍ତକକୁ ଭୂମିରେ ନତମସ୍ତକ କରି କହିବେ : 

ତୁମ୍ଭ ବ୍ୟତୀତ ଅନ୍ୟ କାହାର ର୍ବନାଠାରୁ ତଥା ତୁମ୍ଭ ବ୍ୟତୀତ ଅନ୍ୟ କାହାର ହୃଦୟଙ୍ଗମଠାରୁ ଊଦ୍ଧ୍ୱର୍ରେ ତୁମ୍ଭେ ହିଁ ମହିମାମୟ ।

* ତତ୍ପରେ ସେ ଛିଡ଼ା ହେବେ ଏବଂ କହିବେ :


ହେ ମୋର ପ୍ରଭୁ, ମୋର ପ୍ରାର୍ଥନାକୁ ଜୀବନଦାୟୀ ଜଳରେ ଏକ ନିର୍ଝର କରିଦିଅ, ଯ୍ୱାରା ତୁମ୍ଭ ସାର୍ବଭୌମତ୍ୱ ବିଦ୍ୟମାନ ଥିବା ପର୍ଯ୍ୟନ୍ତ ମୁଁ ଅମର ରହିପାରିବି ଏବଂ ତୁମ୍ଭ ଜଗତ୍ଗୁଡ଼ିକର ପ୍ରତ୍ୟେକ ଜଗତରେ ତୁମ୍ଭର ଗୁଣଗାନ କରିପାରିବି । 

*ସେ ପୁଣି ଥରେ ଅନୁନୟ ପୂର୍ବକ ତାଙ୍କ ହସ୍ତକୁ ଉପରକୁ ଉଠାଇବେ ଏବଂ କହିବେ : 

ହେ ପ୍ରଭୁ ! ସ୍ୱୟଂ ଯାହାଙ୍କ ବିଚ୍ଛେଦରେ ହୃଦୟବାନ୍ ଆତ୍ମାଗଣ ବିଚଳିତ ହୋଇଯାଇଛନ୍ତି ଏବଂ ସ୍ୱୟଂ ଯାହାଙ୍କ ପ୍ରେମର ଅଗ୍ନି ଦ୍ୱାରା ସମଗ୍ର ପୃଥିବୀ ପ୍ରଜ୍ଜ୍ୱଳିତ ହୋଇଅଛି ! ମୁଁ ତୁମ୍ଭର ନାମ ମାଧ୍ୟମରେ ତୁମ୍ଭଙ୍କୁ ପ୍ରାର୍ଥନା କରୁଅଛି, ଯାହା ମାଧ୍ୟମରେ କି ତୁମ୍ଭେ ସମଗ୍ର ସୃଷ୍ଟିକୁ ଆଚ୍ଛାଦିତ କରି ରଖିଅଛ । ହେ ପ୍ରଭୁ ! ସ୍ୱୟଂ ତୁମ୍ଭେ ସମସ୍ତ ମନୁଷ୍ୟଙ୍କ ଉପରେ ଆଧିପତ୍ୟ ବିସ୍ତାରକାରୀ ! ତୁମ୍ଭ ନିକଟରେ ଯାହାସବୁ ଅଛି ମୋତେ ସେଥିରୁ ବôତ କରନାହିଁ । ହେ ମୋର ପ୍ରଭୁ, ତୁମେ ଦେଖୁଅଛ ଯେ, ଏହି ଅଜ୍ଞାନ ତୁମ୍ଭ ମହାନତାର ଚନ୍ଦ୍ରାତାପ ତଳେ ଏବଂ ତୁମ୍ଭ କରୁଣାର ପରିଧି ମଧ୍ୟରେ ଥିବା ତାହାର ସର୍ବମହିମାମୟ ଗୃହ ଆଡ଼କୁ ଅଗ୍ରସର ହେଉଅଛି ଏବଂ ଏହି ପଥିକ ତୁମ୍ଭ କ୍ଷମାର ମହାସାଗରକୁ ହାସଲ କରିବା ନିମି ଆଶା ପୋଷଣ କରୁଅଛି ଏବଂ ଏହି ପତିତ ତୁମ୍ଭ ମହିମାର ଦରବାର ମଧ୍ୟରେ ପ୍ରବେଶ କରିବା ନିମି ଇଚ୍ଛା ପ୍ରକାଶ କରୁଅଛି । ଏହି ଦୀନହୀନ ଜୀବଟି ତୁମ୍ଭ ବୈଭବ ଆଡ଼କୁ ଉନ୍ମୁଖ ହୋଇଅଛି । ତୁମ୍ଭେ ଯାହା ଇଚ୍ଛାକର ତାହା ର୍ନିେଶ ଦେବା ନିମି ତୁମ୍ଭେ ହିଁ କ୍ଷମତାବାନ୍ । ମୁଁ ସାକ୍ଷ୍ୟ ପ୍ରଦାନ କରୁଅଛି ଯେ, ତୁମ୍ଭ କାର୍ଯ୍ୟାବଳୀରେ ତୁମ୍ଭର ଗୁଣଗାନ ହେବ ଏବଂ ତୁମ୍ଭ ର୍ନିେଶରେ ଆଜ୍ଞାପାଳନ ହେବ ଏବଂ ତୁମ୍ଭ ଆଜ୍ଞା ବନ୍ଧନରେ ଅବିଚଳିତ ହୋଇ ରହିବ । 

*ତାପରେ ସେ ତାଙ୍କର ହସ୍ତଦ୍ୱୟକୁ ଉଠାଇବେ ଏବଂ ସର୍ବମହାନ୍ ନାମକୁ (ଆଲ୍ଲଃ-ଓ-ଆଭା) ତିନିଥର ଉଚ୍ଚାରଣ କରିବେ । ତାପରେ ଈଶ୍ୱରଙ୍କ ସ୧ୁଖରେ ସେ ଆୁ ଉପରେ ହାତ ରଖି ନଇଁପଡ଼ି ଆଶିଷମୟ ଓ ସର୍ବୋଚ୍ଚ ପ୍ରଭୁଙ୍କୁ ସ୍ତୁତି କରି କହିବେ : 

ହେ ମୋର ଈଶ୍ୱର ! ତୁମ୍ଭେ ଦେଖୁଅଛ ଯେ, ତୁମ୍ଭର ଆରାଧନା କରିବା ନିମି ଏବଂ ତୁମ୍ଭର ସ୍ମରଣ ଓ ଗୁଣଗାନ କରିବା ନିମି ମୋର ଅଙ୍ଗ ପ୍ରତ୍ୟଙ୍ଗରେ ମୋର ଚେତନା କିପରି ସ୍ପନ୍ଦିତ ହୋଇଉଠିଅଛି ଏବଂ ତୁମ୍ଭ ଜ୍ଞାନର ସ୍ୱର୍ଗ ଏବଂ ତୁମ୍ଭ ବାଣୀର ସାମ୍ରାଜ୍ୟରେ ତୁମ୍ଭ ର୍ନିେଶନାର ଜିହ୍ୱା ଯାହା ପ୍ରମାଣିତ କରିଅଛି, ତାହାକୁ ଏହା କିପରି ପ୍ରମାଣିତ କରୁଅଛି । ଏହି ଅବସ୍ଥାରେ ହେ ମୋର ପ୍ରଭୁ ! ଯାହା ତୁମ୍ଭ ନିକଟରେ ଅଛି, ମୁଁ ସେହିସବୁ ତୁମ୍ଭଙ୍କୁ ଯାଚନା କରିବା ନିମି ଭଲପାଏ । ଯାହାଫଳରେ କି ମୁଁ ମୋର ଦାରିଦ୍ର୍ୟକୁ ଦେଖିପାରିବି ଏବଂ ତୁମ୍ଭ କରୁଣା ଓ ତୁମ୍ଭ ସମ୍ପନ୍ନତାକୁ ବଖାଣି ପାରିବି । ମୋର ଶକ୍ତିହୀନତାକୁ ପ୍ରକାଶ କରିପାରିବି ତଥା ତୁମ୍ଭ ଶକ୍ତି ଓ ତୁମ୍ଭ ସାମର୍ଥ୍ୟକୁ ପ୍ରକଟିତ କରିପାରିବି । 

*ତାପରେ ସେ ଛିଡ଼ା ହେବେ ଏବଂ ତାଙ୍କର ହସ୍ତକୁ ଆରାଧନାରେ ଦୁଇଥର ଉପରକୁ ଉଠାଇବେ ଏବଂ କହିବେ : 

ସର୍ବଶକ୍ତିଶାଳୀ, ହେ ସର୍ବକରୁଣାମୟ ! ତୁମ୍ଭ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାଁନ୍ତି । ଆଦି ଓ ଅନ୍ତ ଉଭୟର ର୍ନିେଶର୍କା ସ୍ୱୟଂ ତୁମ୍ଭ ବ୍ୟତୀତ ଅନ୍ୟ କେହି ପରମାତ୍ମା ନାହାଁନ୍ତି । ହେ ଈଶ୍ୱର ! ହେ ମୋର ପରମେଶ୍ୱର ! ତୁମ୍ଭର କ୍ଷମାଶୀଳତା ମୋତେ ସାହସ ପ୍ରଦାନ କରିଛି ଏବଂ ତୁମ୍ଭର କରୁଣା ମୋତେ ଶକ୍ତିଶାଳୀ କରିଛି । ତୁମ୍ଭର ଆହ୍ୱାନ ମୋତେ ଜାଗ୍ରତ କରିଛି । ତୁମ୍ଭର କୃପା ମୋତେ ଉତ୍ଥିତ କରାଇଛି ତଥା ତୁମ୍ଭ ଆଡ଼କୁ ମୋତେ ମାର୍ଗ ଦର୍ଶନ କରାଇଛି । ନଚେତ୍ ତୁମ୍ଭ ସନ୍ନିକଟ ନଗରୀର ଦ୍ୱାରଦେଶରେ ସାହସର ସହ ଛିଡ଼ା ହେବା ନିମି, କିମ୍ବା ତୁମ୍ଭ ଇଚ୍ଛାର ସ୍ୱର୍ଗଧାମରୁ ପ୍ରଜ୍ଜ୍ୱଳିତ ଆଲୋକ ଆଡ଼କୁ ମୋର ମୁଖକୁ ଉନ୍ମୁଖ କରିବା ନିମି ମୁଁ ଅବା କିଏ ? ହେ ମୋର ପ୍ରଭୁ ! ତୁମ୍ଭେ ଦେଖୁଅଛ ଯେ, ତୁମ୍ଭ କରୁଣାର ଦ୍ୱାରଦେଶରେ ଏହି ନିରୀହ ପ୍ରାଣୀଟି ଆହ୍ୱାନ କରୁଛି ଏବଂ ଏହି ନଶ୍ୱର ଆତ୍ମା ତୁମ୍ଭ ଦୟାର ହସ୍ତରୁ ଅନନ୍ତ ଜୀବନର ନଦୀକୁ ପାଇବା ନିମି ଆକାଙ୍କ୍ଷା କରୁଅଛି । ହେ ତୁମ୍ଭେ ସମସ୍ତ ନାମର ପ୍ରଭୁ ! ତୁମ୍ଭର ର୍ନିେଶନା ସର୍ବଦା ରହି ଆସିଅଛି; ହେ ସ୍ୱର୍ଗ ସମୂହର ରଚୟିତା ! ତୁମ୍ଭ ଇଚ୍ଛା ପ୍ରତି ମୋର ଇଚ୍ଛାକୁ ଏବଂ ସବୁକିଛି ସମର୍ପଣ କରୁଅଛି ! 

* ତାପରେ ସେ ତାଙ୍କର ହସ୍ତକୁ ତିନିଥର ଉଠାଇବେ ଏବଂ କହିବେ :
ପ୍ରତ୍ୟେକ ମହାନ୍ ବ୍ୟକ୍ତିଙ୍କ ଅପେକ୍ଷା ଈଶ୍ୱର ମହର ଅଟନ୍ତି !
* ତାପରେ ସେ ଆଣ୍ଠେଇବେ ଓ ନିଜର ମସ୍ତକକୁ ଭୂମିରେ ଲଗାଇ କହିବେ : 

ତୁମ୍ଭ ସନ୍ନିକଟର ସ୍ୱର୍ଗ ମଧ୍ୟକୁ ଆରୋହଣ କରିବାକୁ ଯେଉଁମାନେ ତୁମ୍ଭ ପ୍ରତି ନିକଟସ୍ଥ ଅଟନ୍ତି, କିମ୍ବା ତୁମ୍ଭ ପ୍ରବେଶ ଦ୍ୱାରଦେଶରେ ପହôବା ପାଇଁ ତୁମ୍ଭ ପ୍ରତି ଅନୁରକ୍ତ ଅଟନ୍ତି, ସେମାନଙ୍କର ହୃଦୟ-ପକ୍ଷୀମାନଙ୍କ ପ୍ରଶଂସା ନିମନ୍ତେ ସ୍ୱୟଂ ତୁମ୍ଭେ ଖୁବ୍ ଊଦ୍ଧ୍ୱର୍ରେ ରହିଅଛ । ମୁଁ ସାକ୍ଷୀ ଦେଇଛି କି ତୁମ୍ଭେ ସକଳ ଗୁଣାବଳୀରୁ ଅଧିକ ବିଶୁଦ୍ଧ ଏବଂ ସକଳ ନାମାବଳୀ ଅପେକ୍ଷା ଅଧିକ ପବିତ୍ର । ତୁମ୍ଭ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାନ୍ତି, ତୁମ୍ଭେ ହିଁ ସର୍ବମହାନ୍, ସର୍ବଗୌରବମୟ । 
*ତାପରେ ସେ ନିଜେ ବସିବେ ଏବଂ କହିବେ :

ମୁଁ ସେହିସବୁ ପ୍ରମାଣିତ କରୁଅଛି, ଯାହାକୁ କି ସକଳ ସୃଷ୍ଟି ପଦାର୍ଥ, ସ୍ୱର୍ଗଲୋକର ଅଧିବାସୀ ଏବଂ ସର୍ବୋଚ୍ଚମ ଅମରାବତୀର     ନିବାସୀଗଣ ପ୍ରମାଣିତ କରିଛନ୍ତି ଏବଂ ସେମାନଙ୍କ ବ୍ୟତୀତ ସର୍ବମହିମାମୟ ଦିଗ୍ବଳୟରୁ ସ୍ୱୟଂ ଭବ୍ୟବାଣୀ କରି କହିଛନ୍ତି ଯେ, ତୁମ୍ଭେ ହିଁ ଈଶ୍ୱର, ତୁମ୍ଭ ବ୍ୟତୀତ ଅନ୍ୟ କହେି ଈଶ୍ୱର ନାହାଁନ୍ତି ଏବଂ ସେ ଯିଏ କି ପ୍ରକଟିତ ହୋଇଛନ୍ତି ସେ ମଧ୍ୟ ଏକ ଗୁପ୍ତ ରହସ୍ୟ । ସେ ଏପରି ଏକ ଦିବ୍ୟ ସଂଚିତ ପ୍ରତୀକ, ଯାହାଙ୍କ ମାଧ୍ୟମରେ ହୁ ଏବଂ ଅ (ହୁଅ) ଅକ୍ଷର ଦ୍ୱୟ ଏକତ୍ର ହୋଇଛନ୍ତି ଏବଂ ପରସ୍ପର ସ୧ିଳିତ ହୋଇଛନ୍ତି । ମୁଁ ସାକ୍ଷ୍ୟ ପ୍ରଦାନ କରେ ଯେ, ତୁମ୍ଭେ ହେଉଅଛ ସ୍ୱୟଂ ସିଏ, ଯାହାଙ୍କ ନାମ ସର୍ବୋଚ୍ଚମଙ୍କ ଲେଖନୀ ମାଧ୍ୟମରେ ଉଲ୍ଲେଖ କରାଯାଇଅଛି, ଏବଂ ଯିଏ କି ଉଚ୍ଚତମ ସିଂହାସନ ଏବଂ ନିମ୍ନ ପୃଥିବୀର ପ୍ରଭୁ ବୋଲି ଈଶ୍ୱରଙ୍କ ଦିବ୍ୟ ଗ୍ରନ୍ଥରେ ଉଲ୍ଲିଖିତ ହୋଇଅଛି । 
*ତାପରେ ସେ ସିଧା ଦାୟମାନ ହେବେ ଏବଂ କହିବେ :

ହେ ସକଳ ପ୍ରାଣୀଙ୍କ ପ୍ରଭୁ ! ଦୃଶ୍ୟ ତଥା ଅଦୃଶ୍ୟ ସକଳ ପଦାର୍ଥର ଅଧିକାରୀ ! ତୁମ୍ଭେ ମୋର ଅଶ୍ରୁସିକ୍ତ ଦୁଃଖର କୋହକୁ ଦେଖୁଅଛ ଏବଂ ମୋର ଦୀର୍ଘଶ୍ୱାସ ଏବଂ ମୋର ବିଳାପ ତଥା ମୋ ହୃଦୟର ବେଦନାକୁ ଶ୍ରବଣ କରୁଅଛ । ତୁମ୍ଭ ସାମର୍ଥ୍ୟର ଦ୍ୱାହି ! ମୋ ଅପରାଧଗୁଡ଼ିକ ହିଁ ମୋତେ ତୁମ୍ଭ ନିକଟକୁ ଆସିବାର ବାଧା ସୃଷ୍ଟି     କରିଅଛି ଏବଂ ମୋର ପାପଗୁଡ଼ିକ ମୋତେ ତୁମ୍ଭ ପୁଣ୍ୟତାର ଦରବାରଠାରୁ ବହୁତ ଦୂରରେ ରଖିଛି । ହେ ମୋର ପ୍ରଭୁ ! ତୁମ୍ଭର ପ୍ରେମ ହିଁ ମୋତେ ସମୃଦ୍ଧ କରିଛି ଏବଂ ତୁମ୍ଭଠାରୁ ବିଚ୍ଛେଦ ହେବା ମୋତେ ନିଃଶେଷ କରିଦେଇଛି ଏବଂ ତୁମ୍ଭଠାରୁ ଦୂରରେ ରହିବା ମୋତେ ନଷ୍ଟଭ୍ରଷ୍ଟ କରିଦେଇଛି । ଏହି ବିଶାଳତାରେ ତୁମ୍ଭ ପଦଚିହ୍ନ ମାଧ୍ୟମରେ ଏବଂ ଏହି ଶବ୍ଦ ମୁଁ ଏହିଠାରେ, ମୁଁ ଏହିଠାରେ ମାଧ୍ୟମରେ ଯାହାକି ତୁମ୍ଭ ମନୋନୀତ ବ୍ୟକ୍ତିଗଣ ଏହି ଅରଣ୍ୟରେ ଉଚ୍ଚାରଣ କରିଛନ୍ତି ଏବଂ ତୁମ୍ଭ ପରିପ୍ରକାଶର ନିଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ଏବଂ ତୁମ୍ଭ ପ୍ରକଟୀକରଣ ପ୍ରଭାତର ମୃଦୁମନ୍ଦ ସମୀରଣ ମାଧ୍ୟମରେ ମୁଁ ତୁମ୍ଭଙ୍କୁ ପ୍ରାର୍ଥନା କରୁଅଛି ଯେ, ତାହା ହିଁ ବିଧାନ କର, ଯାହାଫଳରେ କି ମୁଁ ତୁମ୍ଭର ସୌନ୍ଦର୍ଯ୍ୟକୁ ଦର୍ଶନ କରିପାରିବି । ତୁମ୍ଭ ଦିବ୍ୟ ଗ୍ରନ୍ଥରେ ଯାହାକିଛି ନିର୍ଦ୍ଧାରଣ କରାଯାଇଛି, ତାହାକୁ ଅନୁପାଳନ କରିପାରିବି । 
*ତାପରେ ସେ ସର୍ବମହାନ୍ ନାମକୁ (ଆଲ୍ଲଃ-ଓ-ଆଭା) ତିନିଥର ଉଚ୍ଚାରଣ କରିବେ ଏବଂ ଆୁ ଉପରେ ହାତ ରଖି ନିଜର ଲଲାଟକୁ ଭୂମି ଆଡ଼କୁ ଅବନତ କରି କହିବେ : 

ତୁମ୍ଭର ଗୁଣଗାନ ହେଉ, ହେ ମୋର ଈଶ୍ୱର ! ତୁମ୍ଭର ସ୍ମରଣ କରିବା ପାଇଁ ଏବଂ ତୁମ୍ଭର ଗୁଣଗାନ କରିବା ପାଇଁ ତୁମ୍ଭେ ମୋତେ ସହାୟତା ଦେଇଅଛ ଏବଂ ଯିଏ କି ତୁମ୍ଭ ପ୍ରତୀକର ଉଦୟସ୍ଥଳ ଅଟନ୍ତି ସ୍ୱୟଂ ତାଙ୍କୁ ଚିହ୍ନିପାରିବା ପାଇଁ ମୋତେ ଜ୍ଞାନ ପ୍ରଦାନ କରିଅଛ ଏବଂ ତୁମ୍ଭ ପ୍ରଭୁତ୍ୱ ସ୧ୁଖରେ ନତମସ୍ତକ ହେବାରେ, ତୁମ୍ଭ ଈଶ୍ୱରତ୍ୱ ସ୧ୁଖରେ ମୁଁ ନିଜକୁ ବିନମ୍ର କରିବାରେ ଏବଂ ତୁମ୍ଭ ଭବ୍ୟ ବାଣୀ ଯାହା ଉଚ୍ଚାରଣ କରିଅଛି ତାହାକୁ ସ୍ୱୀକାର କରିବା ନିମି ମୋର କାରଣ ହୋଇଅଛ । 

* ତାପରେ ସେ ଦାୟମାନ ହେବେ ଏବଂ କହିବେ :
ହେ ଭଗବାନ୍, ହେ ମୋର ପରମେଶ୍ୱର ! ମୋ ପାପର ବୋଝରେ ମୋ ପିଠି ନଇଁପଡ଼ିଛି ଏବଂ ମୋ ଅମନଯୋଗିତା ମୋତେ ନଷ୍ଟଭ୍ରଷ୍ଟ କରିଦେଇଅଛି । ଯେକୌଣସି ସମୟରେ ମୁଁ ଯେତେବେଳେ ମୋର କୁକର୍ମଗୁଡ଼ିକ ବିଷୟରେ ଏବଂ ତୁମ୍ଭ ଦୟାଶୀଳତା ଉପରେ ଚିନ୍ତା କରୁଅଛି, ମୋର ହୃଦୟ ବିହ୍ୱଳିତ ହୋଇଯାଇଅଛି ଏବଂ ମୋର ରକ୍ତ ମୋ ଧମନୀ ମାଧ୍ୟମରେ ଉଦ୍ବେଳିତ ହୋଇଉଠୁଛି । ତୁମ୍ଭ ସୌନ୍ଦର୍ଯ୍ୟର ଦ୍ୱାହି, ହେ ତୁମ୍ଭେ ପୃଥିବୀର ଆକାଙ୍କ୍ଷା ! ତୁମ୍ଭ ଆଡ଼କୁ     ମୋର ମୁଖକୁ ଅଭିମୁଖୀ କରିବା ନିମନ୍ତେ ଏବଂ ତୁମ୍ଭ କରୁଣାର ସ୍ୱର୍ଗ ଆଡ଼କୁ ଅନୁନୟ ପୂର୍ବକ ମୋର ହସ୍ତଦ୍ୱୟକୁ ବଢ଼ାଇବା ନିମି ମୁଁ ଲଜ୍ଜିତ । ହେ ପରମାତ୍ମା ! ତୁମ୍ଭେ ଦେଖୁଅଛ ଯେ, ତୁମ୍ଭଙ୍କୁ ସ୍ମରଣ କରିବାରେ ଏବଂ ତୁମ୍ଭର ଗୁଣଗାନ କରିବାରେ ମୋତେ ମୋ ଅଶ୍ରୁ କିପରି ଅବରୋଧ କରୁଅଛି । ହେ ତୁମ୍ଭେ ଉଦ୍ଧ୍ୱର୍ ରାଜ୍ୟ ଓ ମହୀତଳ ସିଂହାସନର ପ୍ରଭୁ ! ତୁମ୍ଭ ପ୍ରିୟଜନମାନଙ୍କ ସହ ତୁମ୍ଭର ଅନୁକମ୍ପା ବଜାୟ ରଖିବା ନିମି ତୁମ୍ଭ ସାମ୍ରାଜ୍ୟର ଚିହ୍ନ ମାଧ୍ୟମରେ ଏବଂ ତୁମ୍ଭ ଅଧିରାଜ୍ୟର ରହସ୍ୟାବଳୀ ମାଧ୍ୟମରେ ମୁଁ ତୁମ୍ଭଙ୍କୁ ପ୍ରାର୍ଥନା କରୁଅଛି, ହେ ସକଳ ପ୍ରାଣୀଙ୍କ ପ୍ରଭୁ ! ତୁମ୍ଭ କରୁଣାର ଯୋଗ୍ୟତମ ପୁରୁଷ, ହେ ଗୋଚର ଏବଂ ଅଗୋଚର ସମ୍ରାଟ ! 
* ତତ୍ପରେ ସେ ସର୍ବମହାନ୍ ନାମକୁ ତିନିତର ଉଚ୍ଚାରଣ କରିବେ ଏବଂ ଆଣ୍ଠେଇ ନିଜର ମସ୍ତକକୁ ଭୂମିରେ ଲଗାଇବେ ଏବଂ କହିବେ : 

ତୁମ୍ଭର ଗୁଣଗାନ ହେଉ, ହେ ଆମ୍ଭମାନଙ୍କର ଈଶ୍ୱର ! ତୁମ୍ଭେ ଆମ୍ଭମାନଙ୍କ ନିକଟକୁ ତାହା ପ୍ରେରଣ କରିଛ, ଯାହାକି ଆମ୍ଭମାନଙ୍କୁ ତୁମ୍ଭ ନିକଟକୁ ଆକର୍ଷିତ କରିଥାଏ ଏବଂ ତୁମ୍ଭ ଦିବ୍ୟ ଗ୍ରନ୍ଥ ଓ ତୁମ୍ଭ ପବିତ୍ର ଶାସ୍ତ୍ରଗୁଡ଼ିକରେ ତୁମ୍ଭ ଦ୍ୱାରା ପ୍ରେରିତ ହୋଇଥିବା ସମସ୍ତ ଉମ ପଦାର୍ଥ ଆମ୍ଭମାନଙ୍କୁ ପ୍ରଦାନ କରିଥାଏ । ଆମ୍ଭେ ତୁମ୍ଭଙ୍କୁ ଯାଚନା କରି କହୁଛୁ,     ହେ ମୋର ପରମାତ୍ମା ! ସମସ୍ତ ବ୍ୟର୍ଥ ବିଚାରଧାରା ଏବଂ ନିରର୍ଥକ କଳ୍ପନାଗୁଡ଼ିକରୁ ଆମ୍ଭଙ୍କୁ ରକ୍ଷା କର । ସତ୍ୟତଃ, ତୁମ୍ଭେ ହିଁ ସାମର୍ଥ୍ୟବାନ୍, ସର୍ବଜ୍ଞାତା । 

* ତତ୍ପରେ ସେ ତାଙ୍କର ମସ୍ତକ ଉୋଳନ କରିବେ ଏବଂ ବସିବେ ଏବଂ କହିବେ : 

ହେ ମୋର ଈଶ୍ୱର ! ମୁଁ ତାହା ସାକ୍ଷ୍ୟ ପ୍ରଦାନ କରେ, ଯାହା ପ୍ରତି ତୁମ୍ଭର ମନୋନୀତ ଆତ୍ମାଗଣ ସାକ୍ଷୀ ରହିଛନ୍ତି ଏବଂ ତାହାକୁ ସ୍ୱୀକାର କରିଛନ୍ତି ଯେ, ଯାହା ସର୍ବୋଚ୍ଚମ ସ୍ୱର୍ଗର ନିବାସୀଗଣ ଏବଂ ତୁମ୍ଭ ଶକ୍ତିଶାଳୀ ସିଂହାସନର ଚତୁଃପାଶ୍ୱର୍ରେ ବିଚରଣ କରୁଥିବା ବ୍ୟକ୍ତିମାନେ ସ୍ୱୀକାର କରିଛନ୍ତି । ପୃଥିବୀ ଏବଂ ସ୍ୱର୍ଗର ସାମ୍ରାଜ୍ୟ ହିଁ ତୁମ୍ଭର । ହେ ଜଗତ ସମୂହର ପ୍ରଭୁ !

-Bahá'u'lláh
-----------------------

